ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ବିଦେଶ ରେ ରାହୁଲ ଗାନ୍ଧୀଙ୍କ ଭାରତ ବିରୋଧୀ ମନ୍ତବ୍ୟ କୁ ଦୃଢ଼ ନିନ୍ଦା କରିଛି। ପାର୍ଟୀର ରାଜ୍ୟ ସାଧାରଣ ସମ୍ପାଦକ ଡ. ଜତୀନ ମହାନ୍ତି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ସପ୍ତାହରେ ଭାରତର ସଂସଦ ରେ ବିପକ୍ଷ ନେତା ବିଦେଶ ଗସ୍ତ ରେ ଥିଲେ ସେତେବେଳେ ଭାରତ ବିରୋଧୀ ମନ୍ତବ୍ୟ ରଖିଥିଲେ। ବିଦେଶ ରେ ଭାରତ ବିରୋଧ ରେ ମନ୍ତବ୍ୟ ଦେବା ଏହା ଏକ ସ୍ଵଭାବ ହୋଇଯାଇଛି। ବିଜେପି ଏହାକୁ ଦୃଢ଼ ନିନ୍ଦା କରୁଛି। ଶିଖ ମାନଙ୍କୁ ଉସ୍କେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ଭାରତ ବିରୋଧୀ ମନ୍ତବ୍ୟ କୁ ସେ ଆହୁରି ବଧବା ଦେଇଛନ୍ତି। ଶିଖ ମାନଙ୍କ ସ୍ୱାଭିମାନ ବଳିଦାନ ଓ ବିରତ୍ଵ ଅଭୂତପୂର୍ବ । ଗଣତନ୍ତ୍ର କୁ ଶକ୍ତିଶାଳୀ କରିବା , ଅର୍ଥନୀତି ଭଳି ବିଭିନ୍ନ କ୍ଷେତ୍ରରେ ସେମାନେ ଶକ୍ତିଶାଳୀ କରିଛନ୍ତି ତାଙ୍କୁ ସର୍ବଦା ସମ୍ମାନ ଦେଇଆସିଛି। ଭାରତରେ ଯେବେ ବି କଂଗ୍ରେସ ସରକାର ରହିଛି। ଇତିହାସ ସାକ୍ଷୀ ଅଛି ଶିଖ ସମ୍ପ୍ରଦାୟ କୁ ବଦନାମ କରିବା ରହିଛି। ଇନ୍ଦ୍ରିରା ଗାନ୍ଧୀଙ୍କ ସମୟରୁ ଏହା ଚାଲିଆସିଛି।
ସେ କହିଛନ୍ତି ଯେ, କଂଗ୍ରେସ ର ନେତା ନିଜ ମୂର୍ଖତା ଓ ଅଜ୍ଞାନତା କୁ ପଦାରେ ପକାଇଛନ୍ତି ଏହା ଭାରତର ସମ୍ମାନ ହାନି ହେଉଛି। ପୂର୍ବରୁ ଏହି ପରିବାର ଭାରତକୁ ଖଣ୍ଡ ବିଖଣ୍ଡିତ କରିଛି। ଏବେ ବି ତାଙ୍କ ନେତା ତାହା କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ନିଜକୁ ଏ ମନ୍ତବ୍ୟରୁ ଦୁରେଇଯାଉ। ରାହୁଲ ଗାନ୍ଧୀ ନିଜକୁ ଏସବୁ ରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ କହିଛନ୍ତି ।