ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୨୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୧୧୮.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୧୦୮.୦ ମି.ମି., ଉଦଳାରେ ୧୦୦.୬ ମି.ମି., ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୯୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୮୬.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୮୩.୦ ମି.ମି., ବେତନଟିରେ ୮୨.୦ ମି.ମି., ଚନ୍ଦୁଆରେ ୮୨.୦ ମି.ମି., କପ୍ତିପଦାରେ ୮୧.୦ ମି.ମି., ଜାମଶୋଳାଘାଟରେ ୮୦.୦ ମି.ମି., ବାଙ୍ଗିରିପୋଷିରେ ୭୬.୦ ମି.ମି., ସାରସକଣାରେ ୭୫.୦ ମି.ମି. ଏବଂ ବିଜାତଳାରେ ୭୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024