-
ଅଭିଭାବକ ଓ ଶିକ୍ଷକଙ୍କ ଦ୍ୱିତୀୟ ଅଧିବେଶନ ବୈଠକରେ ଯୋଗଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଭୁବନେଶ୍ୱର- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ପୁରୀ ଜିଲ୍ଲା ଗସ୍ତ ଅବସରରେ ପୁରୀସ୍ଥିତ ସର୍ବୋଦୟ ନଗର ଆଦର୍ଶ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ଠାରେ ଅଭିଭାବକ ଓ ଶିକ୍ଷକଙ୍କ ଦ୍ୱିତୀୟ ଅଧିବେଶନ ବୈଠକରେ ଯୋଗଦାନ କରି କହିଲେ ଯେ, ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିସହିତ ପିଲାମାନଙ୍କ ଉପରେ ପଡ଼ୁଥିବା ପରୀକ୍ଷାର ଚାପକୁ କମାଇବା ପାଇଁ ପିତାମାତା, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଚେତନ କରିବା ଏବଂ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ଜଟିଳ ନଭାବି କିପରି ସହଜ ଭାବେ ଗ୍ରହଣ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ ।