
ବ୍ରହ୍ମପୁର:ଗଂଜାମ ରେ ପୁଣି ଏନକାଉଣ୍ଟର , ଏଥର ପୋଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ। ଭୋର ପ୍ରାୟ ୪ ଘଣ୍ଟ ସମୟରେ ପୋଲିସ କୃଷ୍ଣ ପ୍ରସାଦ ପାଳୁର ରୋଡ଼ରେ ପ୍ରମୋଦ କୁ ଧରିବା ପାଇଁ ଜାଲ ବିଚାଇଥିବା ବେଳେ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ସେହି ସମୟରେ ପ୍ରମୋଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । କିଛି ସମୟ ଧରି ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ପୋଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇଛି ଏହି ଦୁର୍ଦ୍ଧାନ୍ତ ଅପରାଧୀ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରମୋଦ କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତି କରାଯାଇଛି। ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।ଏ ହେଉଛି ଗଂଜାମ ପୋଲିସର ଏକ ବଡ ସଫଳତା।