ଭୁବନେଶ୍ୱର,ସାରା ଦେଶରେ 10 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଙ୍କୁ ପ୍ରଥମ କିସ୍ତି ଟଙ୍କା ଦେବା ଓଡିଶାରୁ ଆରମ୍ଭ କରିବା ରାଜ୍ୟ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ।
ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୂର୍ବରୁ ଗରିବ ଙ୍କୁ ଘର ଦିଆଯାଯିବା ନେଇ ପ୍ରତିଶୃତି ଦେଇଥିଲେ । 10 ଲକ୍ଷ ହିତାଧିକାରୀ ଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଓଡିଶା ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଆଗକୁ 2 କୋଟି ଜନତା ଘର ପାଇବେ ।
ସେ କହିଛନ୍ତି ଯେ ହିତାଧିକାରୀ ଚୟନ ରେ ଭୁଲ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ । ହିତାଧିକାରୀ ଚୟନ ପାଇଁ ଗ୍ରାମ ସଭା, ପଲ୍ଲୀସଭା କୁ ଆଧାର କରାଯାଇଛି । ଯୋଗ୍ୟ ଲୋକ ହିଁ ଘର ପାଇବେ ବୋଲି ସେ କହିଛନ୍ତି ।