ଜୟପୁର, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଉଦ୍ଧାର ହେଲା ବିଲିପ୍ତ ପ୍ରଜାତିର ଆନାକୋଣ୍ଡା ସାପ । ବିସିଂହପୁର ପଞ୍ଚାୟତର ପୋଡାପଦର -ସେମଳାଗୁଡା ରାସ୍ତାରୁ ଏହି ସାପ ଉଦ୍ଧାର ହୋଇଛି। ରାସ୍ତା ପାର୍ଶ୍ଵରେ ଏକ ନାଳରୁ ସାପଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ କିଛି ଯୁବକ। ସାପଟିର ଲମ୍ବା ପ୍ରାୟ ୭ଫୁଟ ରହିଛି। ସାପଟିକୁ ସେମାଲଗୁଡା ଗାଁରେ ରଖାଯାଇଥିବା ବେଳେ ବନ ବିଭାଗ ତରଫରୁ ସାପଟିକୁ ଉଦ୍ଧାର କରିବା ନେଇ ଦାବି ହେଉଛି।