
ଭୁବନେଶ୍ଵର– ଦକ୍ଷିଣପୂର୍ବ ବାଙ୍ଗଲାଦେଶ ଏବଂ ଏହାର ଆଖପାଖ ଅଂଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସମ୍ପୃକ୍ତ ଅଂଚଳରେ ୧୨ ତାରିଖ ରାତିରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଦକ୍ଷିଣପୂର୍ବ ବାଙ୍ଗଲାଦେଶ ଏବଂ ଏହାର ଆଖପାଖ ଅଂଚଳ ଉପରେ ରହିଥିବା ଏହି ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବା ସହ ଉତର ପୂର୍ବ ବଙ୍ଗୋପସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବାଙ୍ଗଲାଦେଶ ଉପକୂଳରେ ଆଜି ସକାଳ ୮ଟା ୩୦ରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।