କଟକ – ପୂର୍ବ ଭାରତର ଅନ୍ୟତମ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବ ଓରାୟନ ଆଜି ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ସୁନାମଧନ୍ୟ ଅଭିନେତା ଓ ମୋ କଲେଜର ସଭାଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ଜିମନାଷ୍ଟିକ ଫେଡ଼େରେସନର ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ସାହୁ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ଶ୍ରୀମତୀ ରଞ୍ଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ଅଜୟ କୁମାର ସିଂହ, କାର୍ମିକା ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା, କୁଳସଚିବ ପ୍ରଫେସର ବି.ଆର. ଶର୍ମା ଏହି ସଭାରେ ମଂଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ । ଓଡ଼ିଶାର ସର୍ବୋତ୍କୃଷ୍ଟ କଲେଜ ଉତ୍ସବ ଭାବେ ନାମିତ ହୋଇଥିବା ଏହି ମହୋତ୍ସବରେ ଚଳିତ ବର୍ଷ ୩୪ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତିନୋଟି ବିଭାଗ ଯଥା ସାଂସ୍କୃତିକ, କ୍ରୀଡ଼ା ଏବଂ ପାଠ୍ୟକ୍ରମ ପ୍ରଭୃତି ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ୪୦ଟି ଶିକ୍ଷା ଅନୁଷ୍ଠାନରୁ ଭାରତର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ବେଦ ପଣ୍ଡିତଙ୍କ ପବିତ୍ର ବେଦଧ୍ୱନିର ସହିତ ଆରମ୍ଭ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣେଶ ବନ୍ଦନା, ପାରମ୍ପରିକ ଓଡ଼ଶୀ ନୃତ୍ୟ ଓ ସୁଫି ନୃତ୍ୟ ପରିବେଷଣ କରିଥିଲେ । ଏହା ପରେ କୁଳପତି ଏହି ମହୋତ୍ସବ ବିଷୟରେ ସମ୍ୟକ ସୂଚନା ଦେବା ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଓରାୟନର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହି ଅବସରରେ ସମ୍ମାନୀନୀୟ ଅତିଥି ଶ୍ରୀ ଅଶୋକ କୁମାର ସାହୁ, ପ୍ରତିଟି କ୍ରୀଡ଼ା ମନୋଭାବ ନେଇ ଉତ୍ସବକୁ ଉପଭୋଗ କରିବାକୁ ଉପଦେଶ ଦେଇଥିଲା । କାର୍ମିକା ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା ଛାତ୍ରଛାୀମାନଙ୍କୁ ଉତ୍ସାହ ଉଦ୍ଦିପନା ସହ ଏହି ଉତ୍ସବକୁ ପାଳନ କରିବାକୁ ଉତ୍ସାହିତ କରିଥିଲେ । ସଭାପତି ଶ୍ରୀମତୀ ରାଜିତ କୁଲକର୍ଣ୍ଣୀ ସାମାଜିକ ସମ୍ପ୍ରଦାୟ ନେତୃତ୍ୱ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲୋ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସମାଜ ପାଇଁ କିଛି ସେବା କରିପାରିବେ । ତାଙ୍କରି ଅଭିଭାଷଣରେ ସେ ୫-ସି ଉପରେ ବର୍ଣ୍ଣନା କରିଥିଲେ । ୫-ସି ଯଥା ଜାଲ(କୋବୱେବ୍ସ)ରୁ ସ୍ୱଚ୍ଛତା(କ୍ଲାରିଟି), ପ୍ରତିଯୋଗିତା(କମ୍ପିଟିସନ୍)ରୁ ସହଯେଗ(କୋ-ଅପରେସନ), ସଂଘର୍ଷ(କନଫିକ୍ଟ)ରୁ ସଂଗଠିତ(କୋଲାବରେସନ), ଦ୍ୱନ୍ଦ(କନଫ୍ୟୁଜନ)ରୁ ସୃଜନାତ୍ମକ(କ୍ରିଏଟିଭିଟି), ଚିନ୍ତା(କନସର୍ଣ୍ଣ)ରୁ ଉତ୍ସବ(ସେଲିବ୍ରେସନ) । ମୁଖ୍ୟ ଅତିଥି ଶ୍ରୀ ନାୟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ଉତ୍ସାହ ଓ ଶୃଙ୍ଖଳିତ ଶୈଳୀକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଏହି ବିଶ୍ୱବିଦ୍ୟାଳୟ ଅନ୍ୟ ବିଶ୍ୱବିଦ୍ୟାଳୟ ଠାରୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପରିଶେଷରେ କୁଳସଚିବ ବି.ଆର. ଶର୍ମା ଓରାୟନର ସମସ୍ତ ସଂଚାଳନ ସମିତିକୁ ଶୁଭକାମନା ଦେବାସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜାନୁଆରୀ ୧୭ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମହୋତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ୧୭ ଜାନୁୟାରୀରେ ଏ.ଆର. ରହମାନ କନଜରଭେଟିଭ ବ୍ୟାଣ୍ଡ, ୧୮ ତାରିଖରେ ଡି.ଜେ. ଅଖିଲ ତତରେଜ ଏବଂ ୧୮ ତାରିଖରେ ସୁନାମଧନ୍ୟ ଗାୟକ ଯୋଡ଼ି ସଚେତ ଟଣ୍ଡନ ଓ ପରମ୍ପରା ଠାକୁର ସଙ୍ଗୀତ ପରିବେଷଣ କରିବେ । ୧୮ ତାରିଖ ୧୦ ଘଟିକାରେ ଶ୍ରୀ ସତ୍ୟବ୍ରତ(କୁନା) ତ୍ରିପାଠୀ ରଙ୍ଗମଂଚର ବିଚାରକ ଭାବେ ଯୋଗଦେବେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓରାୟନ ଉତ୍ସବରେ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରୁଛି ।