କାଠମାଣ୍ଡୁ– ଅନ୍ତର୍ଜାତୀୟ ସୌର ମେଂଟର 101 ତମ ସଦସ୍ୟ ଦେଶ ହୋଇଛି ନେପାଳ । ଭାରତର ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ଏକ କାର୍ଯ୍ୟକ୍ରମରେ ନେପାଳ ଏହି ମେଂଟରେ ସହଭାଗୀ ହେବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଅନ୍ତର୍ଜାତୀୟ ସୌର ମେଂଟ ଅନ୍ତର-ସରକାରୀ ସଂଗଠନ ଅଟେ। ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ପୁର୍ବ ରାଷ୍ଟ୍ରପତି ଫ୍ରାନସ୍ୱା ଔଲାଂଦ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ବୁଧବାର ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ନେପାଳ ତରଫରୁ ଭାରତରେ କାର୍ଯ୍ୟରତ ରାଷ୍ଟ୍ରଦୁତ ସୁରେନ୍ଦ୍ର ଥାପା ଏହା ଉପରେ ହସ୍ତାକ୍ଷର କରିଛନ୍ତି। ଏହି ସମାରୋହରେ ବିଦେଶ ମନ୍ତ୍ରାଳୟର ଆର୍ଥିକ କୁଟନୀତି ତଥା ବହୁପକ୍ଷୀୟ ଆର୍ଥିକ ସମ୍ବନ୍ଧ ଡିଭିଜନର ପ୍ରମୁଖ ଯୁଗ୍ମ ସଚିବ ଅଭିଷେକ ସିଂହ ଉପସ୍ଥିତ ଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ସିଂ ନେପାଳକୁ ମେଂଟରେ ସହଭାଗୀ ଭାବରେ ସ୍ୱାଗତ କରିଛନ୍ତି। ଭାରତୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈଶୱାଲ କହିଛନ୍ତି ଯେ, ଭାରତର ପଡୋଶୀ ପ୍ରଥମ(ନେବରହୁଡ ଫସ୍ଟ) ନୀତି ଅନୁଯାୟୀ ନେପାଳକୁ ମେଂଟରେ ସ୍ୱାଗତ । ସୁରେନ୍ଦ୍ର ଥାପା ସହଭାଗୀ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଥାପା କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ବିଶ୍ୱସ୍ତରୀୟ ପ୍ରୟାସରେ ସହଭାଗୀ ହେବା ନେପାଳ ପାଇଁ ଏକ ସୌଭାଗ୍ୟର କଥା।
Related Stories
November 23, 2024