ଭବାନୀପାଟଣା- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡ଼ି ବିଧାୟକ ଅନାମ ନାୟକଙ୍କ ବାସଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ତାଙ୍କର ଭବାନୀପାଟଣା ନକଟିଗୁଡ଼ାସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଆଜି ସକାଳ ଠାରୁ ଚଢ଼ଉ ଜାରୀ ରହିଛି । ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି । ଅପରାହ୍ନ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ ଜାରୀ ରହିଥିବାରୁ ଶ୍ରୀ ନାୟକଙ୍କ ମୋଟ୍ ସମ୍ପତିର ମୂଲ୍ୟ ଆକଳନ କରାଯାଇନାହିଁ ।
ଅନ୍ୟପକ୍ଷରେ ବିଜେଡ଼ିର ଜଣେ ବରିଷ୍ଠ ନେତାଙ୍କ ଘରେ ଭିଜିଲାନ୍ସ ଚଢ଼ଉକୁ ନେଇ ଦଳୀୟ ନେତାଙ୍କ ମନରେ ଛନକା ପଶିଛି । ୨୦୧୪ ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅନାମ ପୂର୍ବରୁ ଜିଲ୍ଲାପାଳ ଅଫିସରେ କିରାଣୀ ଥିଲେ । ଭିଜିଲାନ୍ସ ତଦନ୍ତରୁ ତାଙ୍କର ନକଟିଗୁଡ଼ାସ୍ଥିତ ବାସଭବନ ସହ ମଦନପୁର
ବାନୀପାଟଣା ନକଟିଗୁଡ଼ାପଡ଼ାରେ ଥିବା ତିନି ମହଲା କୋଠା, ମଦନପୁର ରାମପୁର ଠାରେ ଥିବା ସ୍ତ୍ରୀଙ୍କ ନାମରେ ବିଦେଶୀ ମଦ ଦୋକାନ ଥିବା ଜଣାପଡିଛି ।