
ଭୁବନେଶ୍ୱର– ସଂଗ୍ରାମୀ ବିପ୍ଳବୀ ବାଘା ଯତୀନଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାତୃଭୂମିର ସେବା ପାଇଁ ନିଜ ପ୍ରାଣବଳି ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବାଘା ଯତୀନଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ସୁରକ୍ଷା ପାଇଁ ତାଙ୍କର ସମର୍ପଣ ଭାବ ଏବଂ ତ୍ୟାଗ ଆମ ସମସ୍ତଙ୍କ ପାଇଁ ପ୍ରେରଣା।