ଜୟପୁର,ସ୍ବର୍ଗତ ପ୍ରମୋଦ କୁମାର ଦାଶ ବିଭାଗୀୟ ଅଧିକାରୀ ନନ୍ଦପୁରଙ୍କ ବିୟୋଗରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀ ଭୂଷଣ ଦାଶଙ୍କ ସଭାପତିତ୍ୱ ରେ
ଆଦିବାସୀ ସଂଗ୍ରାହଳୟ କୋରାପୁଟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ପୂର୍ବତନ ସଭାପତି ଶ୍ରୀ ସୁନାକର ରାଉତ, ପୁର୍ବତନ ଉପସଭାପତି ଶ୍ରୀ ନରେନ୍ଦ୍ର ନାଥ ତ୍ରିପାଠୀ, ସାଙ୍ଗଠନିକ ସମ୍ପାଦକ ଶ୍ରୀ କେ ସୁବାସ ଚନ୍ଦ୍ର ଆଚାରି, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ଉପଦେଷ୍ଟା ଶ୍ରୀ ବୃନ୍ଦାବନ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜିବ କୁମାର ପ୍ରଧାନ ମଞ୍ଚାସିନ ହୋଇଥିଲେ।, ପ୍ରଥମେ ସମସ୍ତ ମଞ୍ଚାସିନ ନେତୃବୃନ୍ଦ ସ୍ବର୍ଗତ ପ୍ରମୋଦ କୁମାର ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପୁଷ୍ପ ପ୍ରଦାନ କରି ଧୁପ ଦୀପ ପ୍ରଜ୍ବଳନ କରିଥିଲେ, ।
ସମସ୍ତ ଉପସ୍ଥିତ ଅମଲା ଭାଇ ଓ ଭଉଣୀ ମାନେ ଜଣେ ଜଣେ କରି ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ ପରେ ସମସ୍ତ ଉପସ୍ଥିତ ସଦସ୍ୟ ସ୍ବର୍ଗତ ପ୍ରମୋଦ କୁମାର ଦାଶ ଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ନିରବ ପ୍ରାର୍ଥନା ସରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଶ୍ରୀ ଶଶୀ ଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାରେ ସଭାପତିତ୍ବ କରିବା ସହିତ ସମସ୍ତ ମଞ୍ଚାସିନ ନେତୃବୃନ୍ଦଙ୍କୁ ସ୍ବର୍ଗତ ପ୍ରମୋଦ କୁମାର ଦାଶଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବା ନିମନ୍ତେ ଅନୁରୋଧ କରିଥିଲେ ସମସ୍ତ ମଞ୍ଚାସିନ ନେତୃବୃନ୍ଦ ନିଜ ନିଜର ଅଭିଭାଷଣରେ ସ୍ବର୍ଗତ ଦାଶଙ୍କ କାର୍ଯ୍ୟ ଶୈଳୀ, କର୍ମଷ୍ଠ, ନିଃସ୍ଵାର୍ଥପର, ନିରାଡମ୍ବର, ପରୋପକାରୀ ଓ ତାଙ୍କର ସଂଘୀୟ ମମତାକୁ ପ୍ରଶଂସା କରିଥିଲେ, ଶେଷରେ ଅମଲା ମାନେ ନିର୍ଯ୍ୟାତିତ, ନିଷ୍ପେସିତ, ଅବହେଳିତ ଓ ଚାପଗ୍ରସ୍ତ ହେବା ନେଇ ଶିକ୍ଷା ବିଭାଗର ଅମଲା ମାନେ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ପଦବୀ ଖାଲିଥିଲେ ମଧ୍ୟ ପଦନ୍ନତି ଦିଆ ଯାଉନଥିବା ଓ ବହୁତ ଶିକ୍ଷା ବିଭାଗର ଅମଲା ପଦନ୍ନତି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସମସ୍ତ ଅମଲା ପ୍ରଶ୍ନ ଉଠାଇଥିଲେ ଶ୍ରୀ ଦାଶ୍ ସଭାପତି ଅତି ଶୀଘ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗ ଅମଲା ମାନଙ୍କୁ ପଦନ୍ନତି ଦେବେ ବୋଲି ପ୍ରତିଶ୍ରୁତି ଦେବା ଯୋଗୁଁ ସମସ୍ତ ଅମଲା ଶାନ୍ତ ହୋଇଥିଲେ ।
, ଏତଦ୍ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢ଼ୀ ଯୁଗ୍ମ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ବରିଷ୍ଠ ସଦସ୍ୟ ଶ୍ରୀ ଗୈରି ସତପଥି, ଭବାନୀ ରଥ, ଜଗେନ୍ଦ୍ର ଚୌଧୁରୀ, କାଳୀ ପ୍ରସାଦ ମିଶ୍ର, ତ୍ରିନାଥ ପଣ୍ଡା, ଲକେଶ୍ବର ରାଓ ପାନାଡା, ବାଳ ଗୋପାଳ ମିଶ୍ର, ପ୍ରସାନ୍ତ କୁମାର ଭଟ୍ଟ,ମନ ମହନ ସିଂ, ପଦ୍ମେଶ୍ବର ବିଷୟୀ, ସାନ୍ତୁନୁ କୁମାର ଜେନା, ଦିଲିପ୍ ସେନାପତି, ଶ୍ରୀମତି ଅନ୍ନପୂର୍ଣ୍ଣା ତ୍ରିପାଠୀଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ। ପରି ଶେଷରେ ଶ୍ରୀ ଦାଶ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଶୋକସଭାକୁ ସମାପନ କରିଥିଲେ।