ୱାଶିଙ୍ଗଟନ– ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରେଟିକ ପାର୍ଟିର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କମଲା ହ୍ୟାରିସ ନେସନାଲ ଗ୍ରାଣ୍ଡ ପ୍ୟାରେଂଟସ୍ ଡେ ରେ ଭାରତରେ ବିତାଇଥିବା ପିଲା ଦିନର କିଛି ସ୍ମୃତିକୁ ମନେ ପକାଇ ଏକ ଫଟୋ ପୋଷ୍ଟ କରିଛନ୍ତି ।
ଆମେରିକା ଉପରାଷ୍ଟ୍ରପତି ହ୍ୟାରିସ ରବିବାର ଏକ୍ସ ହ୍ୟାଣ୍ଡେଲରେ ଏହି ମଧୁର ସ୍ମୃତିକୁ ମନେ ପକାଇ ଲେଖିଛନ୍ତି ଯେ, ମୁଁ ଯୁବାବସ୍ଥାରେ କାକା-ଖୁଡ଼ୀଙ୍କୁ ଭେଟିବାକୁ ଭାରତ ଯାଉଥିଲି । ମୋ କାକା ମୋତେ ସକାଳେ ବୁଲାଇବାକୁ ନେଇ ଯାଉଥିଲେ । ସେ ସମାନତା ପାଇଁ ଲଢ଼ିବା ଏବଂ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାର ମହତ୍ୱ ଉପରେ ଆଲୋଚନା କରୁଥିଲେ । ସେ ଜଣେ ଅବସରପ୍ରାପ୍ତ ସିଭିଲ୍ ସେବକ ଥିଲେ । ସେ ଭାରତର ସ୍ୱାଧିନତା ଆନ୍ଦୋଳନର ଅଂଶ ଥିଲେ ।
ହ୍ୟାରିସ ଅହୁରି ମଧ୍ୟ ଲେଖିଛନ୍ତି ଯେ, ମୋ ଖୁଡ଼ୀ ଜନ୍ମ ନିୟନ୍ତ୍ରଣ ବାବଦରେ ମହିଳା ମାନଙ୍କୁ ସଚେତନ କରିବା ନିମନ୍ତେ ସାରା ଭାରତ ଯାତ୍ରା କରିଥିଲେ । ସାର୍ବଜନିନ ସେବା ଏବଂ ଉନ୍ନତ ଭବିଷ୍ୟତ ନିମନ୍ତେ ତାଙ୍କର ଲଢ଼େଇ ଏବଂ ପ୍ରତିଶୃତିବଦ୍ଧତା ଆଜି ବି ମୋ ଭିତରେ ଜୀବିତ ଅଛି । ଆଗାମୀ ପିଢ଼ିକୁ ଆକାର ଦେବା ଏବଂ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବା ସମସ୍ତ କାକା-ଖୁଡ଼ୀଙ୍କୁ ରାଷ୍ଟ୍ରିୟ ଦାଦା-ଖୁଡ଼ୀ ଦିବସର ଶୁଭକାମନା ।