ନୂଆଦିଲ୍ଲୀ– ଲୋକସଭାରେ ବିରୋଧି ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟେକ୍ସାସରେ ଦେଇଥିବା ବୟାନ ଉପରେ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସ (କେଟ)ର ରାଷ୍ଟ୍ରିୟ ମହାମନ୍ତ୍ରୀ ତଥା ଭାଜପା ସାଂସଦ ପ୍ରବୀଣ ଖଣ୍ଡେଲୱାଲ ସୋମବାର କହିଛନ୍ତି ଯେ, ରାହୁଲ ଗାନ୍ଧି ଚୀନ୍ ର କଥା କହି ପୁଣି ଥରେ ଦେଶକୁ ଦେଖାଇଛନ୍ତି ଯେ, ତାଙ୍କର ଚୀନ୍ ପ୍ରତି କେତେ ଭଲ ପାଇବା ରହିଛି, ଯେତେବେଳେ କି ସାରା ଦେଶ ଚୀନ୍ ସାମଗ୍ରୀକୁ ବୟକଟ୍ କରିବାକୁ ଏକଜୁଟ୍ ହୋଇଛନ୍ତି ।
ରାହୁଲ ଗାନ୍ଧି ଟେକ୍ସାସରେ ଦେଇଥିବା ବୟାନ ଉପରେ ନିଜର ପ୍ରତିକ୍ରିୟା ରଖି ଖଣ୍ଡେଲୱାଲ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଦ୍ୱାରା ଭାରତରେ ରୋଜଗାରର ସମସ୍ୟା ଉପରେ ପ୍ରସଙ୍ଗ ରଖିବା ଦର୍ଶାଉଛି ଯେ, ଭାରତ ବାବଦରେ ତାଙ୍କର କଣ ଭାବନା ରହିଛି । ଖଣ୍ଡେଲୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ପରେ ଆଜି ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହୋଇଛି ।