ଭଦ୍ରକ– ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ବାଇକ୍ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି । ବାଇକ୍ ଟି ଭୁଲ୍ ରାସ୍ତାରେ ଆସୁଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବନ୍ତ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ ପଥରଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର । ଅନ୍ୟ ଜଣେ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତ ସୌରଭ ମିଶ୍ର ନାବାଳକ ବୋଲି ଜଣାପଡିଛି ।
ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଏକ ବାଇକ୍ ଯୋଗେ ଚରମ୍ପାରୁ ବନ୍ତ ଅଭିମୁଖେ ଆସୁଥିଲେ । ଏହି ସମୟରେ ବନ୍ତ ଛକରେ ନିକଟରେ ରାସ୍ତାକଡ଼ରେ ଏହି ଟ୍ରକ୍ ଠିଆ ହୋଇଥିଲା । ବାଇକଟି ଦ୍ରୁତ ଗତିରେ ଆସି ଟ୍ରକ୍ କୁ ଧକ୍କା ଦେଇଥିଲା । ପରେ ୩ ଜଣ ଛିଟିକି ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣକ ଅବସ୍ଥା ଗୁରୁତର ରହିଛି । ସେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ରଙ୍ଗ ରୁଟ୍ ରେ ଆସି ବାଇକ ଆରୋହୀମାନେ ଟ୍ରକକୁ ଧକ୍କା ଦେଇଥିବା ଜଣାଯାଇଛି । ପୁଲିସ ଟ୍ରକ୍ ଓ ବାଇକ୍ କୁ ଜବତ କରି ଏନେଇ ଅଧିକ ତଦନ୍ତ ଚଳାଇଛି । ଏ ସଂକ୍ରାନ୍ତରେ ଥାନାରେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ।