ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ସର୍ବାଧିକ ୨୫୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ୨୨୫.୦ ମି.ମି., କୋରୁକୁଣ୍ଡାରେ ୨୦୦.୦ ମି.ମି., ମାଥିଲିରେ ୧୫୦.୦ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୧୩୨.୦ ମି.ମି., ରାୟଗଡ଼ା ଜିଲ୍ଲାର ଆମ୍ବଦଳାରେ ୧୧୯.୦ ମି.ମି., ମାଲକାନଗିରି ଜିଲ୍ଲାର ପଡ଼ିଆରେ ୯୮.୦ ମି.ମି., ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୯୬.୪ ମି.ମି., ଦିଗପହଣ୍ଡିରେ ୯୫.୦ ମି.ମି., ଗୋପାଳପୁରରେ ୮୭.୨ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୮୬.୮ ମି.ମି., ସିମିଳିଗୁଡ଼ାରେ ୮୬.୦ ମି.ମି., କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁରରେ ୮୨.୦ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ରଣପୁରରେ ୮୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024