ପଟ୍ଟାମୁଣ୍ଡାଇ– ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆଜି ଠାରୁ ଆରମ୍ଭ ହୋଇଛି। ଏହା ୧୩ ତାରିଖରେ ସରିବ। କିଛି ପକ୍ଷୀ ବିଶାରଦଙ୍କ ସହ ବନ କର୍ମଚାରୀ ମାନେ ସାମିଲ ହୋଇ ପକ୍ଷୀ ଗଣନା କରୁଛନ୍ତି। ବିଶେଷକରି ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ଏହି ପକ୍ଷୀ ଗଣନା କରାଯିବ। ଏହି ସବୁ ସ୍ଥାନ ମାନଙ୍କରେ ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ରାଣୀବଗ, ବଡ଼ବଗ, ମଝିଆବଗ, ଦାବେଣ୍ଟିଆ, କାପରଖାଇ, ପାଣିକୁଆ, ଛୋଟ ବଗ ପ୍ରଭୃତି ୧୦ ପ୍ରଜାତିର ଏହି ଦେଶୀୟ ପକ୍ଷୀ ଗୁଆଁ, ବନି, କେରୁଆ ପ୍ରଭୁତି ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି। ଏହି ଦେଶୀୟ ପକ୍ଷୀ ମାନେ ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରେ ନିଜର ବଂଶ ବିସ୍ତାର କରିବା ପାଇଁ ଭିତରକନିକା ଆସିଥାନ୍ତି। ଏଠାରେ ସେମାନଙ୍କର ଉପଯୋଗୀ ଖାଦ୍ୟ ଯଥା ମାଛ, କଙ୍କଡା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ବର୍ଷା ଋତୁ ଆରମ୍ଭରେ ସେମାନେ ସେମାନଙ୍କର ବଂଶ ବିସ୍ତାର ପାଇଁ ଆସିଥାନ୍ତି ବୋଲି ଏନେଇ ସୂଚନା ଦେଇଛନ୍ତି ବନ ବିଭାଗ।
Related Stories
September 19, 2024
September 19, 2024