ଭୁବନେଶ୍ୱର- ରାଜ୍ୟବାସୀଙ୍କୁ ନୁଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇକୁ ମହାନ ଲୋକପର୍ବ କହିବା ସହ ଏହା ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ପଶ୍ଚିମ ଓଡ଼ିଶାର ପ୍ରମୁଖ ଦେବୀ ଯଥା ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ, ମା’ ସୁରେଶ୍ୱରୀ, ମା’ ରାମଚଣ୍ଡୀ ଓ ମା’ ବିନ୍ଧ୍ୟବାସିନୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି ସେ ପ୍ରାର୍ଥନା କରିଥିବା ତାଙ୍କ ସାମାଜିକ ଗଣମାଧ୍ୟମର ପୋଷ୍ଟ ମାଧ୍ୟମରେ କହିଛନ୍ତି। ନୂଆଁଖାଇ ଜୁହାର୍ ଜଣାଇବା ସହ ରାଜ୍ୟବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି।
Related Stories
September 19, 2024
September 19, 2024