ସମ୍ବଲପୁର– କୃଷିଭିତିକ ମହାନ ଗଣପର୍ବ ନୂଆଖାଇ ପାଇଁ ଆଜି ଉତ୍ସବମୁଖର ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । ଧାର୍ଯ୍ୟ ସମୟ ପୂର୍ବାହ୍ନ ୯ଟା ୧୨ ରୁ ୯ଟା ୨୭ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । ଏହାପରେ ମନ୍ଦିର ବେଢ଼ାରେ ଥିବା ୧୧୫ ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ସମର୍ପଣ କରାଯାଇଛି । ପରେ ଘରେ ଘରେ ପରିବାର ସହ ଏକାଠି ବସି ସମସ୍ତେ ନୂଆ ଖାଇଛନ୍ତି । ଏହି ଅବସରରେ ନବବସ୍ତ୍ର ପରିଧାନ ପୂର୍ବକ ଘରର ସାନ ମାନେ ଗୁରୁଜନଙ୍କୁ ଜୁହାର କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦିନ ୧୨ଟା ୨୫ ମିନିଟ୍ ସମୟରେ ମା ସମଲେଶ୍ଵରୀଙ୍କୁ ଦର୍ଶନ କରିବା ପରେ ସର୍ବସାଧାରଣ ନିମନ୍ତେ ସାହାଣମେଲା ଦର୍ଶନ ଆରମ୍ଭ ହେବ ।