କୋଲକାତା-ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଏକ ମାସ ପୁରଣ ହେବା ଅବସରରେ ରବିବାର ଦିନ କୋଲକାତାରେ ବିଭିନ୍ନ ପ୍ରକାରର ବିରୋଧ ପ୍ରଦର୍ଶନ କରାଯାଇଛି । ରବିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୋଲକାତାର ବିଭିନ୍ନ ଅଞ୍ଚଳରେ ଏହି ଘଟଣାକୁ ବିରୋଧ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରବିବାର ବିରୋଧ ପ୍ରଦର୍ଶନ ସମୟରେ କେହି ଚିତ୍ର କରିବେ,କେହି ନୀରବ ରହିବେ,କେହି ମାର୍ଚ୍ଚ କରିବେ । ଏହି ଦିନ ସହରର ବିଭିନ୍ନ ସ୍ଥାନରେ ହିଂସାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଛି। ପ୍ରଦର୍ଶନକାରୀଙ୍କ ମଧ୍ୟରେ ଟାଲିଉଡ କଳାକାର ଏବଂ ଟେକ୍ନିସିଆନ ମଧ୍ୟ ସାମିଲ ହେବେ । ଯେଉଁମାନେ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଟାଁଲିଗଂଜ ଟ୍ରାମ ଡିପୋରୁ ହାଜରା ଛକ ପର୍ଯ୍ୟନ୍ତ ମାର୍ଚ୍ଚ କରିବେ।