
ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ଜୟପୁରରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାର ତିହିଡ଼ିରେ ୯୫.୦ ମି.ମି., କଟକ ଜିଲ୍ଲାର ମୁଣ୍ଡୁଳିରେ ୭୨.୮ ମି.ମି., ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୬୭.୦ ମି.ମି., କଳାହାଣ୍ଡି ଜିଲ୍ଲାର ମଦନପୁର- ରାମପୁରରେ ୬୭.୦ ମି.ମି., କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୬୫.୪ ମି.ମି., ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୬୩.୪ ମି.ମି., କଳାହାଣ୍ଡି ଜିଲ୍ଲାର ନର୍ଲାରେ ୬୩.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ୬୦.୦ ମି.ମି., ଭଦ୍ରକ ଜିଲ୍ଲାର ଧାମନଗରରେ ୫୬.୦ ମି.ମି., ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରରେ ୫୬.୦ ମି.ମି., ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର(ପିଟିଓ) ୫୪.୮ ମି.ମି., କଟକ ଜିଲ୍ଲାର କଟକରେ ୫୪.୦ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୫୩.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।