ଢାକା– ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ଅନ୍ତରିମ ସରକାର ତରଫରୁ ସ୍ପଷ୍ଟ କରିଛନ୍ତି ଯେ ଦେଶର ଜାତୀୟ ସଙ୍ଗୀତ ବଦଳାଇବାର କୌଣସି ଯୋଜନା ନାହିଁ। ସରକାର ସେହି କଳ୍ପନାକୁ ସମ୍ପୁର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଛନ୍ତି,ଯେଉଁଥିରେ କୁହାଯାଉଥିଲା ଯେ ବାଂଲାଦେଶର ଜାତୀୟ ସଙ୍ଗୀତ ପରିବର୍ତ୍ତନ କରାଯାଇପାରେ। ସୁପ୍ରସିଦ୍ଧ ଲେଖକ ରବିନ୍ଦ୍ର ନାଥ ଟାଗୋରଙ୍କ ରଚନା “ଆମାର ସୋନାର ବାଂଲା”କୁ ବାଂଲାଦେଶ ନିଜର ଜାତୀୟ ସଙ୍ଗୀତରେ ପରିଣତ କରିଛି। ଯାହାକୁ ପରିବର୍ତ୍ତନ କରିବାକୁ ଦେଶର କଠୋରପନ୍ଥୀ ସଂଗଠନ ଦାବି କରୁଛନ୍ତି। ପଦ୍ମା ନଦୀର ଉତ୍ତର କୁଳରେ ଥିବା ରାଜଶାହୀରେ ଶନିବାର ଇସଲାମିକ ଫାଉଣ୍ଡେସନ ଗ୍ରସ୍ତ କରିବା ପରେ ଧାର୍ମିକ ପରାମର୍ଶ ଦାତା ଅବୁଲ ଫେଜ ମୁହମ୍ମଦ ଖାଲିଦ ହୁସେନ ଦାବି କରିଛନ୍ତି ଯେ ଅନ୍ତରିଣ ସରକାର ବିବାଦ ସୃଷ୍ଟି କରିବାର କୌଣସି ପଦକ୍ଷେପ ଉଠାଇବେ ନାହିଁ। ସରକାର ସମସ୍ତଙ୍କ ସହଯୋଗରେ ବାଂଲାଦେଶ ଗଠନ କରିବାକୁ ଚାହାଁନ୍ତି।
Related Stories
September 19, 2024