
ମୁମ୍ବାଇ– ବଲିଉଡର ଲୋକପ୍ରିୟ ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ମାତା-ପିତା ହୋଇଛନ୍ତି। ଦୀପିକା ଏବଂ ରଣବୀରଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ଯେ ଗଣେଶ ଚତୁର୍ଥୀର ଦ୍ୱିତୀୟ ଦିନରେ ଅଭିନେତ୍ରୀ ଏକ ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ କାଲି ଗଣେଶ ଚତୁର୍ଥୀ ଦିନ ସନ୍ଧ୍ୟା 5ଟା ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀପିକାଙ୍କୁ ତାଙ୍କ ମାଙ୍କ ସହ ମୁମ୍ବାଇର ରିଲାୟନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ନିଆଯାଇଥିଲା। ଏହି ସମୟର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା। ଏଠାରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଦୀପିକା କିମ୍ବା ରଣବୀର ଏ ପର୍ଯ୍ୟନ୍ତ ଏହି ବିଷୟରେ ବ୍ୟକ୍ତିଗତ ଭାବରେ କୌଣସି ସୁଚନା ଦେଇନାହାନ୍ତି।