 
                ଭଦ୍ରକ– ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିରଂଚି ନାରାୟଣ ମାଧବ ଅର୍ଜୁନ କଲେଜ, ପାଳିଆବିନ୍ଧା, ଭଦ୍ରକ ଠାରେ ଏସିଡ଼ ଆକ୍ରମଣ ପିଡ଼ିତା ତଥା କ୍ଷତିପୂରଣ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଯୋଜନା ୨୦୧୬ ତଥା ଆଇନ୍ଗତ ସେବା ବିଷୟରେ ଏକେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ନେହା ଅଗ୍ରୱାଲ, ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ପରିଚାଳନା କରିଥିଲେ। ନିରାକାର ଜେନା, ଓକିଲ, ଭଦ୍ରକ, ସତ୍ୟ କୁମାର ନନ୍ଦ, ଡେପୁଟି ଏସ୍.ପି. ଭଦ୍ରକ, ଅମୂଲ୍ୟ କୁମାର ପରିଡ଼ା, ଅଧ୍ୟକ୍ଷ, ବିରଂଚି ନାରାୟଣ ମାଧବ ଅର୍ଜୁନ କଲେଜ, ପାଳିଆବିନ୍ଧା, ପ୍ରସନ୍ନ କୁମାର ନାୟକ, ଆଇ.ଆଇ.ସି., ତିହିଡ଼ି ପୋଲିସ୍ ଷ୍ଟେସନ, ଅରୁନ୍ଧତୀ ବେହେରା, ସବ୍ ଇନ୍ସ୍ପେକ୍ଟର, ତିହିଡ଼ି ପି.ଏସ୍., ବହ୍ନି ଶିଖା ବିଶ୍ୱାଳ, ସହକାରୀ ଏଲ୍.ଏ.ଡିସ୍.ଏସ, ଭଦ୍ରକ ତପନ କୁମାର ନାୟକ ଏବଂ ରାଜେନ୍ଦ୍ର ଭୁଏ ଅଧ୍ୟାପକ ବି.ଏନ୍.ଏମ୍.ଏ କଲେଜ, ପାଳିଆ ବିନ୍ଧା, ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର କର୍ମୀ ଏବଂ କଲେଜର ଛାତ୍ର-ଛାତ୍ରୀମାନଙ୍କୁ ନେଇ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ କଲେଜରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ରାବଣ’ ନାମିତ ଏକ ସ୍ୱଳ୍ପ ସମୟ ବିଶିଷ୍ଟ ନାଟକ ମଧ୍ୟ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ବକ୍ତାମାନେ ପିଲାମାନଙ୍କୁ ଏସିଡ୍ ଆଟାକ୍ ଜନିତ ପିଡ଼ିତା କ୍ଷତିପୂରଣ ରାଶି, ପିଡ଼ିତାଙ୍କୁ କିପରି ଆଇନ୍ ସେବା ମାଧ୍ୟମରେ ସାହାଯ୍ୟ ସହଯୋଗର ହାତ ବଢ଼ାଇ ସେମାନଙ୍କୁ ପୁଣି ସମାଜର ମୁଖ୍ୟ ସ୍ରୋତରେ ଚାଲିବାର ପ୍ରେରଣା ଦେଇଥାଏ ତଥା ପିଡ଼ିତା ମାନଙ୍କୁ ମାନସିକ ସ୍ତରରେ ଶକ୍ତ ହେବାପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ୱାନ କରାଯାଇଥିଲା। କଲେଜପଢ଼ୁଆ ଛାତ୍ର-ଛ୍ରତୀମାନେ ବିଶେଷ କରି ୧୪ ରୁ ୨୧ ବର୍ଷ ବୟସ ଭିତରେ ପିଲା ବହୁତ ଭୁଲ କରିଥାନ୍ତି ଯାହାକି କ୍ଷମଣୀୟ ନୁହେଁ। ସେଥିପାଇଁ ଆଇନ୍ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଭଲ ମଣିଷ ହେବାପାଇଁ ଉପଦେଶ ଦିଆଯାଇଥିଲା।

 
                    







