ଭୁବନେଶ୍ୱର – ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ସରକାରଙ୍କ ସମ୍ମୁଖରେ ରହିଥିବା ବିଭିନ୍ନ ଆହ୍ୱାନକୁ ଗ୍ରହଣ କରିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ଶୁକ୍ରବାର ଅନୁÂିତ ବରିÂ ଅଧିକାରୀମାନଙ୍କ ସମ୍ମିଳନୀରେ ସେ ଏହା କହିଛନ୍ତି । ଏହି ଦୁଇଦିନିଆ ସମ୍ମିଳନୀରେ ଅଧିକାରୀମାନଙ୍କୁ ତାଲିମ୍ ଦିଆଯିବ । ସଚିବ ସ୍ତରରେ ୫ ଟି ଗ୍ରୁପ୍ ଓ ଜିଲ୍ଲାପାଳ ସ୍ତରରେ ୬ ଟି ଗ୍ରୁପ୍ ଏହିପରି ୧୧ ଟି ଗ୍ରୁପ୍ ଗଠନ କରାଯାଇଛି । ଆଜି ସେମାନେ କ୍ଷେତ୍ରୀୟ ସ୍ତରରେ ଇକୋ ରିଟ୍ରିଟ୍ ବୁଲିଯିବେ ।ଏହି ସମ୍ମିଳନୀରେ ଯାହା ନିଷ୍କର୍ସ ବାହାରିବ ଆଗାମୀ ଦିନରେ ସେହି ଆଧାରରେ ସରକାରଙ୍କ ନୀତି ନିର୍ଦ୍ଧାରଣ କରାଯିବ । ସମ୍ମିଳନୀର ନିଷ୍କର୍ସକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ । ଆସନ୍ତା ୨୨ ତାରିଖରେ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।
ସେ ଆହୁରି କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପାଇଁ ଅନେକ ଆହ୍ୱାନ ରହିଥିଲା ।ଦ୍ରୁତ ଶିଳ୍ପାୟନ , ସହରୀକରଣ ଓ ସ୍ୱଚ୍ଛପ୍ରଶାସନ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ।