ଭୁବନେଶ୍ୱର – ବିଜେପିର ରାଜ୍ୟ ସଭାପତି ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିÂ ନେତା ସମୀର ମହାନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମୀର ମହାନ୍ତିଙ୍କୁ ବିଦାୟୀ ସଭାପତି ବସନ୍ତ ପଣ୍ଡା ଦାୟିତ୍ୱ ପ୍ରଦାନ କରିଥିଲେ ।ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢିବାରେ ଲାଗିଛି । ୧ ପ୍ରତିଶତ ଭୋଟରୁ ଦଳ ୩୮ ପ୍ରତିଶତରେ ପହଂଚି ପାରିଛି । ଦଳର ନେତା, କାର୍ଯ୍ୟକର୍ତାଙ୍କ ତ୍ୟାଗ, ବଳିଦାନ, ତପସ୍ୟା, ଶ୍ରମଦାନ ଦଳକୁ ଲୋକପ୍ରିୟ କରାଇପାରିଛି ଏବଂ ଦଳ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି ।
କେନ୍ଦ୍ରର ଜନମଙ୍ଗଳକାରୀ କାର୍ଯ୍ୟକୁ ରାଜ୍ୟର ୩୭ ହଜାର ବୁଥ୍ ରେ ଥିବା ଲୋକଙ୍କ ନିକଟରେ ପହଂଚାଇବାକୁ ଚେଷ୍ଟା ·ଲୁଛି । ଆଗକୁ ମଧ୍ୟ ଏହାର ଜାରି ରହିବ । କାର୍ଯ୍ୟକର୍ତାଙ୍କଠୁ ଆରମ୍ଭ କରି ବରିÂ ନେତୃବୃନ୍ଦ ମଧ୍ୟ ଏଥିରେ ସାମିଲ ହେବେ । ଭବିଷ୍ୟତରେ ଯାହାବି ନିଦେ୍ର୍ଧଶ ଆସିବ ତାକୁ ସଫଳତାର ସହ ନେଇ କାମ କରିବାକୁ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଏମଏସଏମଇ ଓ ପଶୁପାଳନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ଅରୁଣ ସିଂହ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ସାଂସଦ ଅପରାଜିତା ଷଡଙ୍ଗୀ ,ଅନ୍ୟାନ୍ୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଗତକାଲି ଅନୁÂିତ ନିର୍ବାଚନ ପ୍ରକ୍ରିୟାରେ ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଂଚ୍ ବେଳେ ତାଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଘୋଷଣା କରିଥିଲେ ।