ନୂଆଦିଲ୍ଲୀ, ସେଂଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ର ଡାକ୍ତର ରାମଜୀ କୁମାର ପାଣ୍ଡେ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି। ଏହି କ୍ରମରେ ଅଭିଯୁକ୍ତଙ୍କ ଆବାସିକ ପରିସର ଗିରିଡିହ (ଝ ।ଡଖଣ୍ଡ) ରେ ଖୋଜାଖୋଜି କରାଯାଇଥିଲା। ଯେଉଁଥିରେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ସହିତ ଜଡିତ ଆପତିଜନକ ଦଲିଲ, ସମ୍ପତି ବିବରଣୀ, ବ୍ୟାଙ୍କ ଆକାଉମଟ ବିବରଣୀ ଏବଂ ଚୁକ୍ତିନାମା ଉଦ୍ଧାର କରାଯାଇଛି। ସିବିଆଇ ଆଜି ଏହି ସୂଚନା ଦେଇଛନ୍ତି ।
ଆଜି ଜାରି କରାଯାଇଥିବା ଏକ ବିବୃତିରେ ସିବିଆଇ କହିଛି ଯେ ଏଫସିଆଇ, ରାଂଚିରୁ ଅଭିଯୋଗ ପାଇବା ପରେ ଏବଂ ଝାଡଖଣ୍ଡ ଏବଂ ଭାରତ ସରକାର ଦେଇଥିବା ବିଜ୍ଞପ୍ତି ଆଧାରରେ ଏଫସିଆଇର କଂଟ୍ରକ୍ଟର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସିବିଆଇ ଅନୁଯାୟୀ, ଏଫସିଆଇ କଟ୍ରାକ୍ଟର ଯାହାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେ ହେଉଛନ୍ତି ଗିରିଡିହରେ ଥିବା ସୂର୍ଯ୍ୟ ଗୋଦାମ -୧ ର ମାଲିକ ଏବଂ ନିବେଶକ। ଏକ ଷଡଯନ୍ତ୍ରରେ କଂଟ୍ରାକ୍ଟର ଏବଂ କର୍ମଚାରୀମାନେ ୩୦୦୦ ବ୍ୟାଗ ଗହମ ଏବଂ ୨୮୦୦ ବ୍ୟାଗ ଚାଉଳ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି।