ଭୁବନେଶ୍ୱର – ଶନିବାର ଦ୍ୱିତୀୟ ଦିନରେ ବି ସେସୁ ପକ୍ଷରୁ ବକେୟା ବିଦ୍ୟୁତ୍ ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟ୍ ଅଭିଯାନ ଜାରି ରହିଛି । ଦ୍ୱିତୀୟ ଦିନରେ କଟକ ସହରର ମଧୁପାଟଣା, ବାଦାମବାଡ଼ି, ଦୋଳମୁଣ୍ଡାଇ ଓ ବrି ବଜାର ଅଂଚଳରେ ବକେୟା ବିଲ ପୈଠ କରିନଥିବା ଅନେକ ବ୍ୟାବସାୟିକ ପ୍ରତିÂାନଗୁଡ଼ିକର ବିଦ୍ୟୁତ୍ କାଟ ହୋଇଛି ।
ବକେୟା ବିଲ୍ ପୈଠ କରିବାକୁ ଚେତାବନୀ ପରେ ଗତକାଲିଠାରୁ ବିଭିନ୍ନ ଜିଲ୍ଳାରେ ସେସୁ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ୧,୫୪୫ଜଣ ଉପଭୋକ୍ତାଙ୍କର ବିଦ୍ୟୁତ ସଂଯୋଗ କଟା ଯାଇଥିଲା । ବକେୟା ବିଲ ବାବଦରେ ୫ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିଲା । ପୁରୀରେ ସବୁଠୁ ଅଧିକ ବକେୟା ବିଲ୍ ଆଦାୟ ହୋଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ଅଛନ୍ତି ସେସୁ ଟାର୍ଗେଟରେ ସ୍ୱଚ୍ଛଳ ବର୍ଗର ଉପଭୋକ୍ତା, ଯେଉଁମାନେ ଅଧିକ ଟଙ୍କା ବକେୟା ରଖିଛନ୍ତି । ସେମାନଙ୍କ ଘରୁ ବିଜୁଳି ସଂଯୋଗ କାଟିବେ ସେସୁ କର୍ମ·ରୀ । ଗୁରୁବାର ୧୪ ହଜାର ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିଥିବାରୁ ସେସୁ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି ।