ଶ୍ରୀନଗର-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 6 ସେପ୍ଟେମ୍ବରରେ ଦୁଇ ଦିନିଆ ଜାମ୍ମୁ ଗସ୍ତ କରିବେ। ସେ ଜାମ୍ମୁ ଅଞ୍ଚଳରେ ରାଜନୈତିକ ସମାବେଶକୁ ସମ୍ବୋଧିତ କରିବା ସହିତ ଦଳର ଘୋଷଣା ପତ୍ର ଜାରି କରିବେ। ବିଜେପି ଜାମ୍ମୁକାଶ୍ମୀରର ସାଧାରଣ ସମ୍ପାଦକ ଅଶୋକ କୋଲ କହିଛନ୍ତି ଯେ ଶାହ 6 ସେପ୍ଟେମ୍ବରକୁ ଜାମ୍ମୁରେ ଏକ ରାଲିରେ ଦଳର ଘୋଷଣାପତ୍ର ପ୍ରକାଶ କରିବେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଶେଷ ହୋଇଥିବାବେଳେ ଶାହ ଦୁଇଦିନିଆ ଗ୍ରସ୍ତରେ ଜମ୍ମୁରେ ରାଜନୈତିକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ବୋଲି କୋଲ କହିଛନ୍ତି। ଏହାରି ମଧ୍ୟରେ ଦଳ ସୁତ୍ରରୁ କୁହାଯାଇଛି ଯେ ଶାହଙ୍କ ଜାମ୍ମୁ ଗ୍ରସ୍ତ ଉଭୟ ଇଚ୍ଛୁକ ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମନୋବଳ ବୃଦ୍ଧି କରିବ।
Related Stories
November 21, 2024