ଭୁବନେଶ୍ୱର-ଓୟୁଏଟିର ଗବେଷଣା ପାଇଁ ଥିବା ଜମି ସରକାର ଆଉ ନିଜ ହାତକୁ ନେବେ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଓୟୁଏଟିରେ ଥିବା ଗବେଷଣା ଜମି ଗୁଡିକ ଅନ୍ୟ ବିଭାଗ ହାତକୁ ଦେଇ ଦେବା ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଗବେଷଣା ବା ଚାଷ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ଜମିକୁ କେବଳ ସେହି କାର୍ଯ୍ୟରେ ହିଁ ବ୍ୟବହାର ହେବା ନେଇ ଆଲୋଚନା କରିଛୁ। ରାଜ୍ୟ ସରକାରଙ୍କ ତରଫରୁ କିଛି ଦିନ ପୂର୍ବରୁ ଯେବେ ଓୟୁଏଟିର ଅଡ଼ିଟୋରିୟମର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଯାଇଥିଲେ । ସେଠାରେ ଏହି ବିଷୟରେ ଆଲୋଚନା ହୋଇଥିଲା। ଯେଉଁ ଚାଷ ଜମି ଓୟୁଏଟିର ବ୍ୟବହାରରେ ରହିଛି ତାହା ଚାଷୀଙ୍କୁ ନୂଆ ଜ୍ଞାନ କୌଶଳଚାଷ ପଦ୍ଧତି ବିଷୟରେ ବୁଝାଇବାକୁ ସହଯୋଗ କରିଥାଏ। ତେଣୁ ଓୟୁଏଟି ଜମି ଆଉ ସରକାରଙ୍କ ହାତକୁ ନେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅନୁରୋଧ କରିଛୁ। ସେ ତାକୁ ଧ୍ୟାନ ଦେବେ। ଯାହା ଆଲୋଚନା ହୋଇଛି, ଓୟୁଏଟି ଜମି କୁ କେବଳ ଚାଷ ଆଉ ଗବେଷଣା ପାଇଁ ହିଁ ବ୍ୟବହାର କରାଯିବ।