ସୁନ୍ଦରଗଡ଼/ରାଉରକେଲା– ସୁନ୍ଦରଗଡ଼ ଜିଲ୍ଲାର ଟେନସା ସ୍ଥିତ ବରସୁଆଁ ଲୁହା ଖଣିରେ ଚଢ଼ଉ କରିଛି ସିବିଆଇ । ସ୍କ୍ରାପ୍ ବିକ୍ରିରେ ଶହ ଶହ କୋଟି ଟଙ୍କାର ହେରଫେର୍ ନେଇ ଅଭିଯୋଗ ରହିଥିଲା । ଭିଜିଲାନ୍ସ ପକ୍ଷରୁ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା । ଯାହାକୁ ନେଇ ଟେନସା ସ୍ଥିତ କାର୍ଯ୍ୟାଳୟରେ ତିନି ଦିନ ଧରି ସିବିଆଇ ପକ୍ଷରୁ ଖୋଳତାଡ଼ ଜାରି ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, କୋଇଡ଼ା ଖଣି ଅଂଚଳରେ ଥିବା ଖଣି ଗୁଡିକରେ ଖଣି ଲୁଟ୍ କୁ ନେଇ ଅତୀତରେ ହୋଇଥିବା ଅଭିଯୋଗ ସମ୍ପର୍କରେ ଶାହା କମିଶନଙ୍କ ତତ୍କାଳୀନ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଏଯାଏଁ ଲୋକଲୋଚନକୁ ଆସିନଥିବା ବେଳେ ଖଣି କମ୍ପାନୀ ଗୁଡିକ ଲୁଟ୍ କରିଥିବା ଖଣିଜ ପଥର ବାବଦେ ଶହ ଶହ କୋଟି ଟଙ୍କାର ଅର୍ଥ ଏଯାଏଁ ସେମାନେ ସରକାରଙ୍କ ନିକଟରେ ପଇଠ କରିନାହାଁନ୍ତି ।
Related Stories
November 23, 2024