ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ମାଥିଲିରେ ସର୍ବାଧିକ ୪୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୩୦.୦ ମି.ମି., ବୌଦ୍ଧ ଜିଲ୍ଲାର କଂଟାମାଳରେ ୨୮.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର କୁସୁମିରେ ୨୮.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୨୪.୨ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୨୨.୪ ମି.ମି., ନୟାଗଡ଼ ଜିଲ୍ଲାର ବରମୂଳରେ ୧୬.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୧୬.୦ ମି.ମି., ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୧୫.୦ ମି.ମି., ଭଦ୍ରକ ଜିଲ୍ଲାର ବନ୍ତରେ ୧୫.୦ ମି.ମି., ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳରେ ୧୫.୦ ମି.ମି., କେନ୍ଦୁଝର ଜିଲ୍ଲାର ହାଟଡିହୀରେ ୧୪.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ଯାମଦାରେ ୧୪.୦ ମି.ମି. ଏବଂ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ୧୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024