ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ଓ ସିଙ୍ଗାପୁରକୁ ତିନି ଦିବସୀୟ ଯାତ୍ରାରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତର ପୂର୍ବ ସନ୍ଧ୍ୟାରେ ବୈଦେଶିକ ମନ୍ତ୍ରାଳୟରେ ସଚିବ ଜୟଦୀପ ମଜୁମଦାର ନୂଆଦିଲ୍ଲୀରେ ପ୍ରେସମିଟରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବ୍ରୁନେଇର ସୁଲତାନ ହାଜି ହସନଲ ବୋଲିକିଆଙ୍କ ନିମନ୍ତ୍ରଣ କ୍ରମେ ତିନି ଓ ଚାରି ସେପ୍ଟେମ୍ବରରେ ବ୍ରୁନେଇ ଯାତ୍ରାରେ ରହିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା ଅଟେ । ଏହାପରେ ପିଏମ ମୋଦି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ବୋଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚାରି ଓ ପାଂଚ ସେପ୍ଟେମ୍ବରରେ ସିଙ୍ଗାପୁର ଗସ୍ତ କରିବେ । ଦୁଇ ନେତା ଭାରତ-ସିଙ୍ଗାପୁର ରଣନୈତିକ ବୁଝାମଣାର ବିକାଶର ସମୀକ୍ଷା କରିବେ ଏବଂ ପାରସ୍ପରିକ ହିତର ଆଂଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।