
ଭୁବନେଶ୍ୱର– ଆଜି ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରାଜ୍ୟ ଭିନ୍ନକ୍ଷମ ଶଶକ୍ତିକରଣ ପ୍ରତିଷ୍ଠାନ ର ପ୍ରତିଷ୍ଠା ଦିବସ ସମାରୋହ ଅପରାହ୍ନରେ ଆୟୋଜିତ ହେବ । ଭୁବନେଶ୍ଵରର ପୋଖରୀଫୁଟସ୍ଥିତ ମଧୁସୂଦନ ପାର୍କ ନିକଟରେ ଥିବା ରାଜ୍ୟ ଭିନ୍ନକ୍ଷମ ଶଶକ୍ତିକରଣ ପ୍ରତିଷ୍ଠାନ ଠାରେ ଆୟୋଜିତ ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି ।