-
ପ୍ରତିବାଦରେ ରାସ୍ତାରୋକ, ଅଭିଯୁକ୍ତକୁ ଗାଁରୁ ତଡ଼ିବାକୁ ଦାବି କଲେ ପୀଡ଼ିତାଙ୍କ ପରିବାର ଲୋକ
ସମ୍ବଲପୁର– ରେଢ଼ାଖୋଲରେ ଜନୈକା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମେଡ଼ିକାଲରେ ତିନି ଦିନ ହେଲା ପଡି ରହିଛି ଯୁବତୀଙ୍କ ମୃତଦେହ । ଅନ୍ତିମ ସଂସ୍କାର ନିମନ୍ତେ ନେଉନାହାଁନ୍ତି ପରିବାର ଲୋକ । ଅଭିଯୁକ୍ତକୁ ଗାଁରୁ ତଡ଼ିବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ଘଟଣାକୁ ନେଇ ସେଠାରେ ପ୍ରବଳ ଉତେଜନା ଦେଖାଦେଇଛି । ଉତ୍ୟେକ୍ତ ଲୋକ ରାସ୍ତାରୋକ କରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ଅଛନ୍ତି । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛନ୍ତି ।