କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳ ଅଧିନ ୧୧, ୧୭ ୱାର୍ଡର ସଭାପତି ଚୟନ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିତରଂଜନ ଭଗତ୍ ୧୧ ନମ୍ବର ୱାର୍ଡର ସଭାପତି ହୋଇଥିବାବେଳେ ଅକ୍ଷୟ ମହାରଣା ୧୭ ନମ୍ବର ୱାର୍ଡର ସଭାପତି ମନୋନିତ ହୋଇଥିଲେ । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପୈାରାଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବୁଧବାର ଗରାପୁରସ୍ଥିତ ଡାକବଙ୍ଗଳାରେ ସମୀକ୍ଷା ବୈଠକ ଡକାଇଥିଲେ । ଦୀର୍ଘଦିନରୁ ପଡିରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ସଂପୃକ୍ତ ୱାର୍ଡର ପୂର୍ବତନ କାଉନ୍ସିଲର ଓ ନାଗରିକମାନଙ୍କୁ ନେଇ ଏହି ବୈଠକ କରାଯାଇଥିଲା । ରାସ୍ତାଘାଟ ମରାମତି, ଜଳ ନିଷ୍କାସନ, ପାନୀୟ ଜଳ ଯୋଗାଣ ସମସ୍ୟା ସହ କେଉଁ କାର୍ଯ୍ୟ କରାଗଲେ ୱାର୍ଡବାସିନ୍ଦାମାନେ ଉପକୃତ ହେବେ ସେ ନେଇ ବରିଷ୍ଟ ନାଗରିକ ଓ ଭୋଟର ମାନଙ୍କ ସହ ବିଚାର ବିମର୍ଷ କରିଥିଲେ । ଏହି ବୈଠକରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ପୂର୍ବତନ କାଉନ୍ସିଲର ରଂଜିତ୍ ସାହୁ, ହିରଣ୍ୟ କୁମାର ପଣ୍ଡା, ରାଜେଶ ଦାସ, ଫକିର ମହାରଣା, ରାଖାଲ୍ ସାମନ୍ତ, ଦେବେନ୍ଦ୍ର ସାହୁ, ଗୋପାଳ ମହାପାତ୍ର, ଭୀମସେନ ବେହେରା, ମହେନ୍ଦ୍ର କୁମାର ମହାରଣା, ନିରଞ୍ଜନ ସାହୁ, କାଂଚନବାଳା ସାହୁ, ବୈଜୟନ୍ତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 25, 2024