ଧର୍ମଶାଳା – ସାମ୍ବାଦିକ,ପରିବେଶବିତ, ସ୍ତମ୍ବକାର, ସାହିତି୍ୟକ ଓ ତୃତୀୟ ପାଦର ସମ୍ପାଦକ ଅନିରୁଦ୍ଧ ସାମନ୍ତରାୟ ଅକାଳ ବିୟୋଗରେ ଆଜି ବାବା ଭେରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ସଭାପତି ଅଧ୍ୟାପକ ପବିତ୍ର ମୋହାନ ମାହାଲାଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିରେନ୍ଦ୍ର କୁମାର ମିଶ୍ର, ସଂଘର ସାଧାରଣ ସଂପାଦକ ଆଡଭୋକେଟ ଦେବରାଜ ବେହେରା, ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ତପନ କୁମାର ଜେନା, ଛାତ୍ରନେତା ଶ୍ରୀତମ ପୃଷ୍ଟି, ସ୍ତମ୍ବକାର ସତୀସ କୁମାର ବିଶ୍ୱାଳ, ପୁରାତନ ଛାତ୍ର ରତିକାନ୍ତ ସ୍ୱାଇଁ, ସୀତାନାଥ ରାଉତରାୟ, ଅଧ୍ୟାପକ ବିଜୟ କେତନ ସାମଲ, ପ୍ରମୋଦ ଜେନା, ନିଶିକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାଞ୍ଜଳୀ ସଭାରେ ଏକ ମିନିଟି ନୀରବ ପ୍ରାର୍ଥନା କରାଯାଇ ଅନିରୁଦ୍ଧଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଅନିରୁଦ୍ଧ ବାବା ଭୈରାବାନନ୍ଦ ମହାବିଦ୍ୟାଲୟରୁ ଗ୍ରାଜୁଏସନ ସାରି ଇଂରାଜୀରେ ଏମ.ଏ ପାସ କରିବା ପରେ ବୁଦ୍ଧଦେବ କଲେଜରେ ଇଂରାଜୀ ଦାୟିତ୍ୱ ବହନ କରିଥିଲେ ଅଧ୍ୟାପକ ପଦ ତ୍ୟାଗ କରି ଦୈନିକ ପର୍ଯ୍ୟବେକ୍ଷକ କାଗଜର ସାମ୍ବାଦିକ ଓ ସ୍ତମ୍ବକାର ଭାବେ ଦାୟିତ୍ୱ ବହନ କରିଥିଲେ । ବାରୁଣାବନ୍ତ ପର୍ବତର ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଇ ଶୋଭା ବର୍ଦ୍ଧନ କରିଥିଲେ । ଏମ.ବି.ସି ଟିଭିରେ ସାମ୍ବାଦିକ ଦାୟିତ୍ୱ ନେଇ ଶାରଳା ଦାସଙ୍କ ଲିଖିତ ମହାଭାରତର କଥାକୁ ବିଶ୍ୱସାରଳା ଓଡିଆ ଭାଷା ସାହିତ୍ୟର ଯାଜପୁର ଜିଲ୍ଲା ଦାୟିତ୍ୱ ନେବା ସମୟରେ ସୁଙ୍ଗୁଡା ଗ୍ରାମର ନିଜ ବାସଭବନରେ ଦେହତ୍ୟାଗ କରିଥିଲେ । ପୂର୍ବରୁ ତାଙ୍କର ମରଶରୀରକୁ ଲୋକସେବକ ମଣ୍ଡଳିକୁ ଦାନ କରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ ଯାହାଦ୍ୱାରା ଅନିରୁଦ୍ଧଙ୍କୁ ଦଧିଚି ଉପାଧି ମଧ୍ୟ ଲୋକସେବକ ମଣ୍ଡଳ ପକ୍ଷରୁ ଦିଆଯାଇଛି । ତାଙ୍କର ଅକାଳ ମୃତ୍ୟୁରେ ଅମର ଆତ୍ମାର ସଦଗତି ଓ ତାଙ୍କ ପରିବାର ବର୍ଗକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ପାଇଁ ସମସ୍ତ ବକ୍ତାମାନେ ପ୍ରକାଶ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।
Related Stories
November 25, 2024