ଜୟପୁର, ସଚେତନତା ହିଁ ସଫଳତାର ମାପକାଠି। ଏହି ଉକ୍ତିକୁ ଉପସ୍ଥାପନା କରିଥିଲା ଇଫକୋ ଏମସି. କ୍ରପ ସାଇନ୍ସ୍। ପ୍ରାୟ ଶହେ ଜଣ ଚାଷୀଙ୍କୁ ନେଇ ବୋରିଗୁମ୍ମା ବ୍ଲକ କାଠରଗଡ଼ା ଠାରେ ଇଫକୋ ଏମସି. କ୍ରପ ସାଇନ୍ସ୍ ପାଳନ କରିଛି ଏହାର ଦଶମ ସ୍ଥାପନ ଦିବସ। ଏହି ସଭାରେ ଚାଷୀମାନଙ୍କ ବିଭିନ୍ନ କୀଟ ଜନିତ ସମସ୍ୟା ଓ ଏହାର ପ୍ରତିକାର ସମ୍ପର୍କରେ ବିସ୍ତୁତ ଆଲୋଚନା ହୋଇଥିଲା । ଏହା ସହ ଇଫକୋର ବିଭିନ୍ନ କୀଟନାଶକ ଔଷଧର ପ୍ରୟୋଗ ଓ ଏହାର ଉପକାରିତା ସମ୍ୱନ୍ଧରେ ସୂଚନା ଦେଇଥିଲେ କୋରାପୁଟ ଇଫକୋ ଡେପୁଟି ମ୍ୟାନେଜର୍ ବିଶ୍ଵ ରଞ୍ଜନ ଜୟସିଂହ। ଏହା ସହ ସଠିକ ଦାମ୍ ରେ ସଠିକ ଔଷଧର ଗୁରୁମନ୍ତ୍ର ଦେଇଥିଲେ। ଏହି ସଭାକୁ ପରିଚାଳନା କରିଥିଲେ ବିଭୁ ପ୍ରସାଦ ଓ ତାଙ୍କୁ ସହୋଯାଗ କରିଥିଲେ ବିକାଶ କୁମାର ସାମନ୍ତ। ଏପରି ସଭା ଦ୍ଵାରା କୋରାପୁଟ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ କିଟାଣୁ ମୁକ୍ତ ଫସଲ ଜିଲ୍ଲା ହୋଇ ଏଠାକାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ଦିଗ ରେ ସହାୟକ ହେବ ବୋଲି ଚାଷୀ ମାନଙ୍କ ଭିତରେ ଆଲୋଚନା ହୋଇଥିଲା।
Related Stories
September 19, 2024
September 19, 2024