ଗଞ୍ଜାମ– ଶେରଗଡ ସିଏଚସି ର ସମସ୍ତ ପିଏଚସି ଏବଂ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ପରିଚୟ ପତ୍ର (ଆଇଡିଣ୍ଟକାର୍ଡ) ପ୍ରଦାନ କରାଯାଇଥିଲେ ମଧ୍ଧ କେବଳ ପିତ୍ତଳ ନୂତନ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର (ପିଏଚସି)ର ମେଡିକାଲ୍ ଅଫିସର, ଫାର୍ମାସିଷ୍ଟ ଅନ୍ଯାନ୍ୟ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇନି। ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ଷ୍ଟାଫ ତଥା କର୍ମଚାରୀଙ୍କ ପରିଚୟ ପାଇନପାରି ଅଧିକାଂଶ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଡାକ୍ତରଖାନାର କର୍ମଚାରୀମାନେ ବାହାରକୁ ଗଲା ବେଳେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତୁରନ୍ତ ଶେରଗଡ ଚିକିତ୍ସା ଅଧିକାରୀ ପିତ୍ତଳ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ପରିଚୟ ପତ୍ର ଯୋଗାଇଦେବାକୁ ଦାବି ହେଉଛି ।
Related Stories
September 19, 2024
September 19, 2024