ଧର୍ମଶାଳା- ଧର୍ମଶାଳା ଥାନା ଅନ୍ତର୍ଗତ ସିଦ୍ଧପୀଠ ଗଲଗଲି ଶଙ୍ଖଠାରେ ବିଶ୍ୱକଲ୍ୟାଣ, ବିଶ୍ୱଶାନ୍ତି, ବିଷ୍ଣୁଯଜ୍ଞ ଅଷ୍ଟମ ବାର୍ଷିକ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବିରଜା ଶ୍ରୀକ୍ଷେତ୍ର ପ୍ରାଚୀନ ପୁନରୁଦ୍ଧାର କମିଟିର ସଭାପତି ବଟକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ବୈଠକରେ ସମ୍ପାଦକ ନିରଞ୍ଜନ ଗନ୍ତାୟତ, ପ୍ରଦୀପ କୁମାର ଦାସ , ଖଗେଶ୍ୱର ଗନ୍ତାୟତ, ଆନନ୍ଦ କିଶୋର ଜେନା, ସୁରେନ୍ଦ୍ର ମହାନ୍ତି, ଇନ୍ଦ୍ରମଣି ଦଳାଇ, ପ୍ରସାନ୍ତ କୁମାର ଜେନା, ଯୁଗଳ କିଶୋର ବଳ, ଅଟଳ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୩୦ତାରିଖରୁ ଫେବୃୟାରୀ ୩ପର୍ଯ୍ୟନ୍ତ ଯଜ୍ଞ ଅନୁÂିତ ହେବ । ଉକ୍ତ ଯଜ୍ଞରେ କିପରି ଭାବରେ ସୁରକ୍ଷା ରକ୍ଷା ଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଯଜ୍ଞର ଶାନ୍ତି ଶୃଙ୍ଖଳା ପାଇଁ ଧର୍ମଶାଳା ଥାନା ପକ୍ଷରୁ ସୁରକ୍ଷା ଯୋଗାଇ ଦେବାକୁ କମିଟି ପକ୍ଷରୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ରାଜ୍ୟ ସରକାର ଏହି ସିଦ୍ଧ ପୀଠକୁ ପର୍ଯ୍ୟଟନ କେନ୍ଦ୍ର ଭାବରେ ଘୋଷଣା କରିଥିଲେ ହେଁ ଏହାର ଉନ୍ନୟନ କାର୍ଯ୍ୟପାଇଁ ସରକାର ସହ ଯୋଗ ଦେବା ପାଇଁ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।
Related Stories
November 24, 2024
November 24, 2024