
ଭୁବନେଶ୍ୱର – ଓଡ଼ିଶାର ଧାବକ ଲାଲୁ ପ୍ରସାଦ ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୬୩ତମ ଜାତୀୟ ଓପନ୍ ଆଥ୍ଲେଟିକ୍ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ଓ ଓଡ଼ିଶାକୁ ଗର୍ବିତ କରିଥିବା ଓଡ଼ିଶାର ଧାବକ ଲାଲୁ ପ୍ରସାଦ ଭୋଇଙ୍କୁ ଶୁଭେଚ୍ଛା ଜଣାଉଛି। ସେ ନିଜର ଶ୍ରେଷ୍ଠତା ଏହି ଭଳି ଭାବେ ବଜାୟ ରଖନ୍ତୁ ଏବଂ ଆମ ପାଇଁ ଆହୁରି ସୁନାମ ଆଣନ୍ତୁ, ଏତିକି କାମନା।