ଭୁବନେଶ୍ଵର– ଉତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ରହିଥିବା ଅବପାତ କ୍ରମଶଃ ପଶ୍ଚିମଉତରପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ ଓଡ଼ିଶା ଏବଂ ତତସଂଲଗ୍ନ ଉତର ଆନ୍ଧ୍ରପ୍ରଦେଶ ଉପରେ କେନ୍ଦ୍ରୀଭୂତ ରହିଛି । ଏହା ବିଶାଖାପାଟନମ୍ ଠାରୁ ୯୦ କି.ମି. ଉତରଉତର ପଶ୍ଚିମ ଦିଗରେ, କଳିଙ୍ଗପାଟନମ୍ ଠାରୁ ୧୨୦ କି.ମି. ପଶ୍ଚିମରେ, ମାଲକାନଗିରି ଠାରୁ ୧୨୦ କି.ମି. ପୂର୍ବରେ ରହିଛି । ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଅତିକ୍ରମ କରିବ ଏବଂ ଆଗାମୀ ୨୪ ଘଂଟାରେ କ୍ରମଶଃ ଦୁର୍ବଳ ହେବାସହ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 27, 2024