-
ସ୍ଵାଭାବିକ୍ ବର୍ଷା ତୁଳନାରେ ୧୦ ପ୍ରତିଶତ କମ୍
-
ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବର୍ଷା, ୨୦ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା, ୯ ଜିଲ୍ଲା ନିଅଂଟିଆ କାଟାଗୋରୀରେ
ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୩୧.୯ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୧୦ ପ୍ରତିଶତ କମ୍ ରହିଛି ।
ଏହି ସମୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ୧୫୦୬.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ୨୦ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି ଏବଂ ଅନ୍ୟ ୯ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।