ଭୁବନେଶ୍ୱର– ରାଜ୍ୟରେ ୧୯୫ ଗୋଟି ବିଚାରପତି ପଦବୀ ଖାଲି ପଡ଼ିଛି । ବିଧାନସଭା ରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଙ୍କ ପ୍ରଶ୍ନର ଲିଖିତ ଉତରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ମାନ୍ୟବର ଉଚ୍ଚନ୍ୟାୟାଳୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଅନୁସାରେ ଖାଲି ଥିବା ପଦବୀଗୁଡିକର ପୂରଣ ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯିବ।