
ଭୁବନେଶ୍ୱର – ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ କରିଥିଲା। ପ୍ରଦୀପଙ୍କର ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀ ପ୍ରଦୀପଙ୍କର ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ ଠାବ କରିଥିଲେ। ଏଥିସହ ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆରେ ଏକ ତିନି ମହଲା କୋଠା,ବାଲେଶ୍ୱର ସହରରେ ତାଙ୍କର ୬ଟି ମୂଲ୍ୟବାନ ପ୍ଳଟ୍, ବ୍ୟାଙ୍କ, ବୀମା,ପୋଷ୍ଟାଲ ଜମା ଓ ୨ଟି ଦୁଇ ଚକିଆ ଯାନ ଠାବ କରାଯାଇଥିଲା। ପ୍ରଦୀପ ଠୁଳ କରିଥିବା ସମ୍ପତି ସଂପର୍କରେ ସନ୍ତୋଷ ଜନକ ଉତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।