
ପୁରୀ -କିଛି ଦିନ ହେବ ବାର୍ଡ ପ୍ଲୁ ଏକ ଚିନ୍ତାର କାରଣ ପାଲଟିଛି।ପୁରୀ ଜିଲ୍ଲା ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳରେ ବାର୍ଡପ୍ଲୁ ଚିହ୍ନଟ ହେବା ପରେ 30 ହଜାର କୁକୁଡାଙ୍କୁ ମରାଯାଇଛି। ।ଚାଷୀଙ୍କୁ କ୍ଷତିପୁରଣ ଦାବିରେ ସରକାର ନିଷ୍ପତ୍ତି ନେଇଛନ୍ତି ଛୋଟ କୁକୁଡାଙ୍କୁ 20 ଟଙ୍କା ଓ ବଡ କୁକୁଡାଙ୍କୁ 70 ଟଙ୍କା ଦିଆଯିବ।କୁକୁଡା ମାରିବା ପାଇଁ 21 ଟିମ ଓ ସାନିଟାଇଡ କରିବା ପାଇଁ 10ଟି ଟିମ କରାଯାଇଛି।ମଣିଷଙ୍କୁ ବାର୍ଡ ପ୍ଲୁ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ଟେଷ୍ଟ ହେବା ପରେ ନେଗେଟିଭ ଆସିଛି।ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି।ବାର୍ଡ ପ୍ଲୁକୁ ନେଇ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।