ନୂଆଦିଲ୍ଲୀ-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏୟାର ମାର୍ଶଲ ଡେଂଜିଲ କିଲୋରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଆଜି ସକାଳେ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, 1965ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ତାଙ୍କ ବୀରତା ଦେଶ ପ୍ରତି ଅନେକ ଅତୁଟ ସାହସ ଓ ସମର୍ପଣର ପ୍ରମାଣ ଅଟେ । ସ୍ପେଶାଲ ଅଲମ୍ପିକ ଭାରତର ପ୍ରତିଷ୍ଠାତା ଭାବେ ସେ ଖେଳ ମାଧ୍ୟମରେ ସମାବେଶିତା, ସଚେତନତା ଓ ସଶକ୍ତିକରଣର ଆନ୍ଦୋଳନକୁ ପ୍ରୋତ୍ସାହିତ କରି 450,000ରୁ ଅଧିକ ସ୍ୱତନ୍ତ୍ର ପିଲାଙ୍କର ସମର୍ଥନ କରିଥିଲେ ।ସେ କହିଛନ୍ତି ଯେ, ଏୟାର ମାର୍ଶଲ ଡେଂଜିଲ କିଲୋର ଜଣେ ଏଭଳି ନାୟକ ଥିଲେ ଯିଏକି ଆକାଶ ଓ ଆମର ହୃଦୟକୁ ଛୁଇଁଥିଲେ । ଦୁଃଖର ଏହି ସମୟରେ ତାଙ୍କ ପରିବାର ଓ ବନ୍ଧୁଙ୍କ ସହିତ ମୋର ଗଭୀର ସମବେଦନା ।