
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ର କଇଥ ସାହି ଭାଗବତ ଟୁଙ୍ଗି ତରଫରୁ ଭାଗବତ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ସଭାପତି ଡଃ ଜୟ ଦେବ ଗୌଡ଼ ପୁରୋଧା ହିସାବରେ ବସି ଶୋଡଶ ଉପଚାର ପୂଜା, ହୋମଜଜ୍ଞ ମାନ ଆୟୋଜନ କରିଥିଲେ। ଏଥିରେ ପୂଜକ ନାରାୟଣ ଦାସ ସକ୍ରିୟ ଭୂମିକା ଗ୍ରହଣ କରି ଭାଗବତ ପୂଜା ମଣ୍ଡପରେ ପୂଜା କରିଥିଲେ। ସନ୍ଧ୍ୟାରେ ହରି ନାମ ସଙ୍କୀର୍ତ୍ତନ ହେବ ସହ ବାଲ୍ୟଲୀଳା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଭକ୍ତ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା। ଏଥିରେ ସମ୍ପାଦକ ତରଣୀ ସେନ ଗୌଡ, ସଂଗଠକ ଅଶୋକ ପ୍ରଧାନ, ଉପସଭାପତି ଉପେନ୍ଦ୍ର ଭଞ୍ଜ ଗୌଡ ଏବ ସଭ୍ୟ ଦିଲ୍ଲୀପ ପ୍ରଧାନ ସହଯୋଗ କରିଥିଲେ। ଏଥିରେ ଗ୍ରାମ ବାସୀ ମାନେ ବହୁ ମାତ୍ରାରେ ସହଯୋଗ କରିଥିଲେ।