ଭୁବନେଶ୍ଵର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧରେ ସର୍ବାଧିକ ୧୦୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବଲାଙ୍ଗିର ଜିଲ୍ଲାର ସଇଁତଳାରେ ୭୮.୦ ମି.ମି., ବେଲପଡ଼ାରେ ୭୨.୦ ମି.ମି., ବରଗଡ଼ ଜିଲ୍ଲାର ପାଇକମାଳରେ ୭୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ତୁରେଇକେଲାରେ ୬୭.୦ ମି.ମି., ବଙ୍ଗମୁଣ୍ଡାରେ ୬୩.୦ ମି.ମି., ବେଲଗାଁରେ ୫୯.୦ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୫୨.୨ ମି.ମି., ଯାଜପୁର ଜିଲ୍ଲାର ଜେନାପୁରରେ ୫୨.୦ ମି.ମି., ସୋନପୁର ଜିଲ୍ଲାର ତରଭାରେ ୫୧.୦ ମି.ମି., ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୪୮.୬ ମି.ମି., ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଂଟିରେ ୪୭.୦ ମି.ମି., ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ୪୭.୦ ମି.ମି. ଏବଂ ଦେଓଗାଁରେ ୪୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 20, 2024
September 20, 2024