ବାରଣାସୀ -ପାହାଡିଆ ଓ ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରୁ ପାଣି ଛଡାଯିବା ହେତୁ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ହେତୁ ଉପକୁଳବର୍ତ୍ତୀ ଅଞ୍ଚଳବାସୀ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସତର୍କ ଅଛନ୍ତି। ଦଶ୍ୱାସମେଧ ଘାଟରେ ଏକ ଉଚ୍ଚ ସ୍ଥାନରେ ମଧ୍ୟ ଗଙ୍ଗା ଆରତୀ ହେଉଛି।ପଣ୍ଡା ଓ ପୁରୋହିତମାନେ ସେମାନଙ୍କର ଚୌକି ଓ ଛତା ସୁରକ୍ଷିତ ଜାଗାରେ ରଖିଛନ୍ତି।ଗଙ୍ଗା ଘାଟକୁ ଯୋଗାଯୋଗ କରୁଥିବା ମାର୍ଗରେ ପାଣିର ସୁଅ ଚାଲିଛି।ତଥାପି ଗଙ୍ଗା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତ ତଳେ ଅଛି।ଏହା ସତ୍ତ୍ୱେ ଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ହେତୁ ପୋଲିସ ଓ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ସଜାଗ ଅଛନ୍ତି।କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁସାରେ ଶୁକ୍ରବାର ସକାଳ 8 ଟା ସୁଦ୍ଧା ଗଙ୍ଗା ନଦୀର ଜଳସ୍ତର 68.2 ମିଟର ରେକର୍ଡ ହୋଇଛି।ଗଙ୍ଗା ନଦୀର ଜଳସ୍ତରର ଚେତାବନୀ ବିନ୍ଦୁ 70.262ମିଟର ଏବଂ ବିପଦ ସଂକେତ 71.262।
Related Stories
September 19, 2024